Site icon ଆଜିକାଲି

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମିଳିନି ପରିଚୟ

ଟିଟଲାଗଡ : ଟିଟଲାଗଡ଼ ସହର ଭିତର ଦେଇ ଯାଇଥିବା ହାଟପଦା ପଡା ପୁରୁଣା ଫାଟକର ରେଳଧାରଣାରେ ପଡିରହିଛି ଯୁବକଙ୍କ ମୃତଦେହ । ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଯୁବକଙ୍କ ବୟସ ପାଇଁ ୩୨ ରୁ ୩୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ସେ ଏକ କଳାରଂଗର ପ୍ୟାଣ୍ଟ ଓ ଗୋଟିଏ ସ୍ୱେଟର ପିନ୍ଧିଥିବା ଦେଖାଯାଇଛି। ତେବେ ଘଟଣା ସ୍ଥଳରେ ଟିଟିଲାଗଡ଼ ରେଲଓ୍ୱେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଏହା ବିଳମ୍ବିତ ରାତିର ଘଟଣା ବୋଲି ଅନୁମାନ କରିଛି ପୋଲିସ । ଘଟଣାସ୍ଥଳରେ ଜନ ଗହଳି ବଢିବାରେ ଲାଗୁଛି ।

Exit mobile version