Site icon ଆଜିକାଲି

ପରିତ୍ୟକ୍ତ କୂଅରୁ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

Close-up of human feet in the morgue

ବୋରିଗୁମ୍ମା : କୋରାପୁଟ ଜିଲା ବୋରିଗୁମ୍ମା ଦୁବୁଲି ନିକଟ ଏକ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରୁ ଗଳିତ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ଉମେଶ ଯାଦବ (୩୨) । ତାଙ୍କ ଘର ବିହାରରେ । ସେ ବୋରିଗୁମ୍ମା ସ୍ଥିତ ବିହାରୀ ଦେଶୀ ମଦ ଭାଟିରେ ଗତ ୪ ମାସ ଧରି କାର୍ଯ୍ୟ କରୁଥିଲେ । ସେ ଗତ ଡିସେମ୍ବର ମାସ ୩୦ ତାରିଖରୁ ନିଖୋଜ ଥିଲେ । ଏନେଇ ଭାଟି ମ୍ୟାନେଜର ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଜାନୁଆରୀ ୧ ତାରିଖରେ ଉମେଶ ଯାଦବଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରେ ପଡି ରହିଥିଲା ।

ମୃତଦେହକୁ ଦୁଇଟି ଗାମୁଛାରେ ବଡ଼ ପଥର ବନ୍ଧା ଯାଇ ମୃତଦେହ ଉପରେ ନଡ଼ା ଘୋଡାଇ ପରିତ୍ୟକ୍ତ କୂଅରେ ପ୍ରମାଣ ନଷ୍ଟ କରିବା ପାଇଁ ଲୁଚାଇ ରଖିଥିଲେ ହତ୍ୟାକାରୀ । ମୃତ ବ୍ୟକ୍ତିଙ୍କ ବାଇକ୍ ଏବଂ ମୋବାଇଲକୁ ମଧ୍ୟ ଖୋଜୁଛି ପୋଲିସ । ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି କୂଅରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରୁଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ସେପଟେ ବୋରିଗୁମ୍ମା ପୋଲିସ ହତ୍ୟାକାରୀକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି । ସନ୍ଦେହରେ ୪ ଜଣଙ୍କୁ ଉଠାଇ ଆଣି ପଚରା ଉଚରା କରୁଛି । ଖୁବ୍‌ଶୀଘ୍ର ହତ୍ୟାକାରୀକୁ ଗିରଫ କରାଯିବ ବୋଲି ବୋରିଗୁମ୍ମା ଏସଡ଼ିପିଓ ଶୁଭେନ୍ଦୁ ଶବର କହିଛନ୍ତି ।

Exit mobile version