Site icon ଆଜିକାଲି

ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ଶେଷ ସୋମବାରରେ ବୋଲବମ ଭକ୍ତଙ୍କ ଭିଡ଼

ପୁରୀ : ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ଶେଷ ସୋମବାରରେ ପ୍ରବଳ ବୋଲବମ ଭକ୍ତ ଜଳଲାଗି କରିଛନ୍ତି। ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ ଦର୍ଶନ କରିଥିଲେ।ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଆଜି ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ରାତ୍ର ସାଢେ ୧୨ ଟାରୁ ଜଳଲାଗି ଆରମ୍ଭ ହୋଇଛି । ସମସ୍ତ କାଉଡିଆଙ୍କ ପାଣିଭାର ରଖିବା ପାଇଁ ବ୍ୟବସ୍ଥା ହେବା ସହ ଆଶ୍ରୟସ୍ଥଳ ଓ ଫାଷ୍ଟଏଡ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ହୋଇଛି । ବ୍ୟାରିକେଡ଼ରେ ରହି କାଉଡ଼ିଆମାନେ ଶ୍ରୀଲୋକନାଥ ମନ୍ଦିର ରୋଷଦ୍ଵାର ପଛପଟ ରାସ୍ତା ଦେଇ ପ୍ରବେଶ କରି ଜଳଲାଗି ଓ ଦର୍ଶନ ପରେ ବଉଳ ଦ୍ଵାର ଦେଇ ବାହାରୁଛନ୍ତି l ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ,ସେବାୟତ ନିଯୋଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ସାଧାରଣ ଭକ୍ତ ଶ୍ରଦ୍ଧାଳୁ ମଧ୍ୟ ପୂର୍ବପରି ମୁଖ୍ୟ ଦ୍ଵାର ଦେଇ ପ୍ରବେଶ କରି ଦର୍ଶନ କରୁଛନ୍ତି।

Exit mobile version