Site icon ଆଜିକାଲି

ବୋଲବମ ପାଣି ଉଠାଇବାବେଳେ ଭାସି ଯାଇ ଯୁବକ ନିଖୋଜ

କଟକ : ଆସନ୍ତାକାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏଥିପାଇଁ ବୋଲ ବମ ଯାତ୍ରାର ବ୍ରତଧାରୀ ବା କାଉଡ଼ିଆମାନେ ବିଭିନ୍ନ ସ୍ଥାନରୁ ପାଣି ଆଣି ଶୈବପୀଠ ଅଭିମୁଖେ ଯାଉଛନ୍ତି। ହେଲେ ଏସବୁ ଭିତରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି। ବୋଲବମ ପାଣି ଉଠାଇବାବେଳେ ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି । ମହାନଦୀର ଗଡଗଡିଆ ଘାଟରେ ବୋଲବମ୍ ପାଣି ଉଠାଇବାବେଳେ ୩ ଜଣ ଭାସିଯାଇଥିଲେ । ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ଭୁବନେଶ୍ବର ପଟିଆରୁ ପାଣି ଉଠାଇବା ପାଇଁ ଗଡଗଡିଆ ଘାଟ ଆସିଥିଲେ । ତାଙ୍କ ସନ୍ଧାନ ଜାରି ରହିଛି ।

Exit mobile version