Site icon ଆଜିକାଲି

ଭୋଜି ଖାଇ ଫେରୁଥିବା ବେଳେ ଗଛରେ ପିଟି ହେଲା ବୋଲେରୋ : ୨ ମୃତଭୋଜି ଖାଇ ଫେରୁଥିବା ବେଳେ ଗଛରେ ପିଟି ହେଲା ବୋଲେରୋ : ୨ ମୃତ

ବଡ଼ବିଲ : କେନ୍ଦୁଝର ଜିଲା ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ଝାଡଖଣ୍ଡକୁ ଏକ ବିବାହ ଭୋଜିକୁ ଯୋଗ ଦେବାକୁ ଯାଇଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ସେଠାରେ ଫେରିବା ସମୟରେ ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଗୁରୁତର ହୋଇଛନ୍ତି ।

ତେବେ ମୃତକମାନେ କୋଇଡ଼ା ଥାନା କମଣ୍ଡୋ ଅଞ୍ଚଳର ବିନୋଦ ବାରିକ ଓ ନିଳାଦ୍ରୀ ଘଣା ବୋଲି ଜଣାପଡିଛି । ସେହିପରି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଚମ୍ପୁଆ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Exit mobile version