Site icon ଆଜିକାଲି

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ, ୪ ପର୍ଯ୍ୟଟକ ଗୁରୁତର

କୋଣାର୍କ : କୋଣାର୍କ ଗୁଣ୍ଡି ଛକ ନିକଟରେ ଗଛରେ ପିଟି ହେଲା ବୋଲେରୋ । ଏହି ଦୁର୍ଘଟଣାରେ ୪ ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ, ଏକ ବୋଲେରୋ ଗାଡ଼ି ଚାରି ଜଣ ପର୍ଯ୍ୟଟକଙ୍କୁ ନେଇ କଳାହାଣ୍ଡିରୁ କୋଣାର୍କ ଏବଂ ପୁରୀ ବୁଲିବାକୁ ଆସୁଥିଲା । ଏହି ସମୟରେ କୋଣାର୍କ ଗୁଣ୍ଡି ଛକ ନିକଟରେ ଡ୍ରାଇଭରର ଆଖି ଲାଗି ଯାଇଥିଲା । ଏହି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଗାଡ଼ିରେ ଥିବା ଚାରି ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଭବେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲା । ଏହା ସହ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Exit mobile version