Site icon ଆଜିକାଲି

ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଗୁରୁତର

ବୌଦ୍ଧ : ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ ବହିରା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଖବର ଅନୁଯାୟୀ , ସମସ୍ତ ଯାତ୍ରୀ ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତେ ପୁରୀରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ । ହେଲେ ଅଧାରାସ୍ତାରେ ଘଟିଲା ଅଘଟଣ । ବୋଲେରୋ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଗାଡିରେ ୧୨ ଜଣ ଯାତ୍ରୀ ଆହତ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବାଉଁଶୁଣି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପରେ ବାଉଁଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖୁଛି । ବାକି ଗୁରୁତରଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ଥ‌ିବା ଜଣାପଡିଛି ।

Exit mobile version