Site icon ଆଜିକାଲି

ଅଭିନେତା ପିଣ୍ଟୁ ନନ୍ଦଙ୍କ ବ୍ୟୟବହୁଳ ଚିକିତ୍ସା ପାଇଁ ସହାୟତା ଲୋଡିଲା ଓଲିଉଡ

ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ଗୁରୁତର ଯକୃତ ଜନିତ ସମସ୍ୟାରେ ପୀଡିତ ହୋଇଛନ୍ତି ପିଣ୍ଟୁ । ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଛନ୍ତି । ତେବେ ଯକୃତ ପ୍ରତ୍ୟାରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ପିଣ୍ଟୁଙ୍କ ଅସୁସ୍ଥତା ଖବର ଓଲିଉଡରେ ଦୁଃଖର ବାତାବରଣ ସୃଷ୍ଟି କରିଛି । ପିଣ୍ଟୁଙ୍କର ଆଶୁ ଆରୋଗ୍ୟ କାମନା କରିଛିି ପୁରା ଓଲିଉଡ । ତେବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ବହୁ ଟଙ୍କାର ଆବଶ୍ୟକତା ଥିବାରୁ ଏଥିପାଇଁ ତାଙ୍କ ପରିବାର ଲୋକଙ୍କ ସମେତ ଓଲିଉଡ ବି ଆଗେଇ ଆସିଛି ।

Exit mobile version