Site icon ଆଜିକାଲି

ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ବୋମା ଆତଙ୍କ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ବୋମା ଆତଙ୍କ । ଖବରପାଇ ବମ୍‌ ସ୍କ୍ୱାର୍ଡ ଏବଂ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ ଜାରି ରହିଛି ।

ସୂଚନା ଯେ, ବୁଧବାର ଅପରାହ୍ନ ସମୟରେ ଭୁବନେଶ୍ୱର ବିମାନବନ୍ଦରକୁ ପାର୍ସଲରେ ଏକ ବୋମା ଆସିଥିବା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ସୁରକ୍ଷାକର୍ମୀଙ୍କୁ ସଜାଗ କରାଯାିଥିଲା । ବୋମା ଖବର ପାଇ ସଙ୍ଗେ ସଙ୍ଗେ ବିମାନବନ୍ଦରର କାର୍ଗୋ ଟର୍ମିନାଲକୁ ଡଟ୍‌ ସ୍କ୍ୱାର୍ଡ ଓ ବମ୍‌ ସ୍କ୍ୱାର୍ଡକୁ ପଠାଯାଇଥିଲା । ଉଭୟ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ ବିମାନବନ୍ଦର ପରିସର ଓ ବାହାର ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି ।

Exit mobile version