Site icon ଆଜିକାଲି

ବିଜେଡି ନେତାଙ୍କ କାର୍ ଉପରକୁ ବୋମାମାଡ

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଛି । ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ପ୍ରଥମେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଗୋଟିଏ ରାଉଣ୍ଡ ବୁଲି ସାରିବା ପରେ ଗାଡି ଉପରକୁ ୩ଟି ବୋମା ମାଡ଼ କରିଥିଲେ । ସିସିଟିଭି କ୍ୟାମେରାରେ ଏ ଘଟଣା ରେକର୍ଡ ହୋଇଛି ।

ବୋମା ମାଡ଼ ପରେ ସ୍ଥାନୀୟ ଲୋକେ ବାହାରକୁ ଆସିଥିଲେ । ଏପରିକି ନାଇଟ ପାଟ୍ରୋଲିଂରେ ଥିବା ପୋଲିସ ମଧ୍ୟ କାହ୍ନୁ ଚରଣ ସାହୁଙ୍କ ଘର ପାଖକୁ ଆସିଥିଲା । ତେବେ କାହ୍ନୁଙ୍କର କୌଣସି ରାଜନୈତିକ କିମ୍ବା ବ୍ୟବସାୟିକ ଶତ୍ରୁ ନ ଥିବା ସେ ପ୍ରକାଶ କରିଛନ୍ତି । କାମାକ୍ଷାନଗର ପୋଲିସ ଘଟଣାର ଅଧିଟ ଅଧିକ ତଦନ୍ତ ଜାରି ରଖିଛି ।

Exit mobile version