Site icon ଆଜିକାଲି

ସମ୍ବଲପୁର ରାଜସ୍ୱ ଆୟୁକ୍ତ ଅଧିନକୁ ଗଲା ବୌଦ୍ଧ ଜିଲ୍ଲା 


ବୌଦ୍ଧ : ରାଜ୍ୟ ସରକାର ବୌଦ୍ଧ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିଛନ୍ତି । ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ବାହାର କରି ଉତ୍ତରାଞ୍ଚଳ(ସମ୍ବଲପୁର) ରାଜସ୍ୱ ଆୟୁକ୍ତରେ ସାମିଲ କରାଯାଇଛି । ଏ ବାବଦରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି । ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବଣିକ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ, ଜିଲ୍ଲା କ୍ରୀଡା ସଂଘର ସଂପାଦକ ରବୀନ୍ଦ୍ର କୁମାର ରାଉତ, ଜିଲା ସାମ୍ବାଦିକ ସଂଘର ସଂପାଦକ ଶଶାଙ୍କ ଶେଖର ମିଶ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ବାସଭବନରେ ପହଞ୍ଚି ବୌଦ୍ଧ ଜିଲାକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।

Exit mobile version