Site icon ଆଜିକାଲି

ରେଳ ଧାରଣାରେ ପଡ଼ିରହିଛି ଯୁବକଙ୍କ ମୃତଦେହ

କେନ୍ଦୁଝର, ପଣ୍ଡପଡ଼ା ଥାନା ଉକୁଚାବେଡ଼ା ନିକଟ ରେଳ ଧାରଣାରେ ମୁଣ୍ତ ଗଣ୍ଡି ଅଲଗା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିରହିଛି । ମୃତକ ଜଣକ ଘଟଗାଁ ଥାନା ଟାଙ୍ଗରତଳି ଗାଁର ୩୬ ବର୍ଷୀୟ ଜଗନ୍ନାଥ ପାତ୍ର ବୋଲି ଜଣାପଡ଼ିଛି । ଜଗନ୍ନାଥ ସୋମବାର ରାତି ଚଷାଟାଙ୍ଗରି ଗ୍ରାମରୁ ବରଯାତ୍ରୀରେ ଉକୁଚା ବେଡ଼ା ଆସିଥିଲେ । ମଙ୍ଗଳବାର ସକାଳେ ରେଳ ଧାରଣାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ମୃତ୍ୟୁର କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ଏନେଇ କିଛି ସ୍ପଷ୍ଟ ଜଣା ପଡ଼ିନାହିଁ । ଘଟଣା ସମ୍ବନ୍ଧରେ ପୁଲିସକୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ସୋମବାର ରାତିରେ ଏକ ବରଯାତ୍ରୀରେ ଯୋଗ ଦେବାକୁ ଜଗନ୍ନାଥ ଉକୁଚାବେଡ଼ା ଆସିଥିଲେ । ସେହି ସମୟରେ ସେଠାରେ କିଛି ଯୁବକଙ୍କ ସହିତ ବଚସା ହୋଇଥିଲା । ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇ କିଛି ଦୂରରେ ପଡ଼ିଥିବାବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ମୃତଦେହ ନିକଟରେ ୨ ଟି ମୋବାଇଲ ପଡ଼ିଥିବା ଦେଖିବାକୁ ମିଳିଛି । ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । ଘଟଣା ସମ୍ବନ୍ଧରେ ପଣ୍ଡପଡ଼ା ପୁଲିସକୁ ସୂଚନା ଦିଆଯାଇଛି । ପୁଲିସ ତଦନ୍ତ କଲେ ଘଟଣା ଉପରୁ ପରଦା ହଟିବ ବୋଲି କୁହାଯାଉଛି ।

Exit mobile version