Site icon ଆଜିକାଲି

ରୋଗୀଙ୍କ ପାଇଁ ଭଙ୍ଗା ହୁଇଲଚେୟାର, ଉପକରଣ ବୋହିବା ପାଇଁ ଭଲ ହୁଇଲଚେୟାର

କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରୋଗୀଙ୍କୁ ଉପଯୁକ୍ତ ସୁବିଧା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି କେନ୍ଦୁଝର ମୁଖ୍ୟ ସରକାରୀ ଡାକ୍ତରଖାନାରେ। ବେଡ ଅଭାବରୁ ଅନେକ ଓ୍ବାର୍ଡରେ ରୋଗୀ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି। ଗାମୁଛା ବନ୍ଧା ତଥା ଗୋଡ଼ ରଖିବା ପାଇଁ ନଥିବା ଭଙ୍ଗା ହୁଇଲଚେୟାର ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ । ଏଭଳି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚାର ଉପସଭାପତି ରାଧାକାନ୍ତ ମହାନ୍ତ । ସୋମବାର ଦିନ ନିଜ କେନ୍ଦୁଝର ସ୍ଥିତ ବାସଭବନରେ ଗୋଡ଼ ଖସି ପଡିଯିବାରୁ ତାଙ୍କ ଗୋଡ଼ରେ ଆଘାତ ହୋଇଥିଲା । ତାଙ୍କର କିଛି ଦଳୀୟ କର୍ମକର୍ତା ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଏକ ଭଙ୍ଗା ଯଥା ଗାମୁଛା ବନ୍ଧା ହୋଇଥିବା ହୁଇଲଚେୟାରରେ ଭାରି କଷ୍ଟରେ ଡାକ୍ତରଖାନା ଭିତରକୁ ଯାଇଥିବା ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ମହାନ୍ତ । ଡାକ୍ତରଖାନା ଭିତରେ କିନ୍ତୁ ଏକ ଭଲ ହୁଇଲଚେୟାରରେ ଔଷଧ ତଥା ବିଭିନ୍ନ ଜିନିଷ ବୁହା ହଉଥିବାର ସେ ନଜର କରିଥିବା ପ୍ରକାଶ କରିଛନ୍ତି । ଜିଲ୍ଲାରେ ଟଙ୍କାର ଅଭାବ ନଥିବାବେଳେ ଏହିପରି ଗୁରୁତ୍ୱ ପୁର୍ଣ୍ଣ ସ୍ଥାନରେ ଅବ୍ୟବସ୍ଥା ବରଦାସ୍ତ କରିହେବନି ବୋଲି ଶ୍ରୀଯୁକ୍ତ ମହାନ୍ତ କ୍ଷଭ ପ୍ରକାଶ କରିଥିଲେ ।

Exit mobile version