Site icon ଆଜିକାଲି

ରାଜ୍ୟରେ ହାଡଭଙ୍ଗା ଶୀତ : ୧୦ ଡିଗ୍ରୀ ତଳେ ୧୦ ସହର, ୧୭ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫/୦୧: ରାଜ୍ୟରେ ପୁଣି ବଢ଼ିଲା ଶୀତର ପ୍ରକୋପ । ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ରବିବାର ୧୦ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସବୁଠୁ ଥଣ୍ଡା ସୁନ୍ଦରଗଡ଼ରୁ କିରେଇ ରହିଛି । ତେବେ ଆସନ୍ତା ୨ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ । ତେବେ ଆସନ୍ତା ୧୭ ଓ ୧୮ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୁନ୍ଦରଗଡ଼ ଜିଲ୍ଲା କିରେଇରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ଥିଲା । କୋରାପୁଟରେ ୯ ଡିଗ୍ରୀ, ରାଣୀତାଲରେ ୯.୩, କେନ୍ଦୁଝର ଓ ରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୧୦, ସିମିଳିଗୁଡ଼ାରେ ୧୦.୨, ଝାରସୁଗୁଡ଼ାରେ ୧୦.୪, ବାରିପଦାରେ ୧୦.୬, ଜି. ଉଦୟଗିରିରେ ୧୦.୮, ଫୁଲବାଣୀରେ ୧୧.୫, ଦାରିଙ୍ଗିବାଡ଼ିରେ ୧୨.୫, ବାଲେଶ୍ୱରରେ ୧୩.୨, ଚାନ୍ଦବାଲିରେ ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ଆସନ୍ତା ୧୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । ୧୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତା ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Exit mobile version