Site icon ଆଜିକାଲି

ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା: କାରଣ ଅସ୍ପଷ୍ଟ, ଜଣେ ଅଭିଯୁକ୍ତ ଅଟକ

ଝାରସୁଗୁଡ଼ା : ଝାରସୁଗୁଡ଼ା ବେଲପାହାଡ଼ ଫାଟକ ନିକଟରେ ଅଘଟଣ । ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା । ମୃତକ ବେଲପାହାଡ଼ ଗୁମାଡେରାର ବିଜୟ କଲେତ ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଯେ, ରବିବାର ବିଳମ୍ବିତ ରାତିରେ ବେଲପାହାଡ଼ ଫାଟକ ନିକଟରେ ବିଜୟ କଲେତଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯାଇଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ବେଲପାହାଡ଼ ପୋଲିସ ।

Exit mobile version