Site icon ଆଜିକାଲି

ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ, ଗାଡ଼ି ଚଳାଚଳ ଠପ

ସମ୍ବଲପୁର : ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ। ଏହି ବନ୍ଦ ଡାକରା ଦେଇଛି ବୁର୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି। ବୁର୍ଲା ବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଓ ମହାନଗର ନିଗମ ପକ୍ଷରୁ ଚାଲିଥିବା ଜବର ଦଖଲ ଉଚ୍ଛେଦକୁ ଦୃଢ଼ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି ।

ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପଯ୍ୟନ୍ତ ବୁର୍ଲା ସହର ର ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ପ୍ରଥମେ ବୁର୍ଲାବାସୀଙ୍କୁ ଥଇଥାନ କରାଯାଉ ପରେ ଉଚ୍ଛେଦ କାର୍ଯ୍ୟ କରାଯାଉ ବୋଲି ଦାବି କରିଛନ୍ତି ବୁର୍ଲାବାସୀ ।

Exit mobile version