Site icon ଆଜିକାଲି

ଟୋଲ ଗେଟ୍ ନିକଟରେ ଜଳିଗଲା କଣ୍ଟେନର

କେନ୍ଦୁଝର : କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ରୁଗୁଡିହି ଟୋଲ ଗେଟ୍ ନିକଟରେ ଏକ ଇଲେକ୍ଟ୍ରିକ ସାମଗ୍ରୀ ବୋଝେଇ କଣ୍ଟେନର (ନଂ. ଏଚଆର୫୫ଏଏଲ-୪୭୯୪) ଗତ ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଜଳିଯାଇଛି।

କଣ୍ଟେନରରେ ଫ୍ୟାନ ଓ ଇଲେକ୍ଟ୍ରିକ ସାମଗ୍ରୀ ସହିତ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ ହୋଇଥିଲା। ଗାଡ଼ିଟି କୋଲକାତାରୁ ମୁମ୍ବାଇ ଯାଉଥିବା ବେଳେ କାଞ୍ଜିପାଣି ଘାଟିରେ ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ରୁଗୁଡିହି ଟୋଲ ଗେଟ୍ ନିକଟରେ ଜଣାପଡ଼ିବା ପରେ ତେଲକୋଇ ଦମକଳବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ତେଲକୋଇ ପୁଲିସ ଓ ଦମକଳବାହିନୀ ପହଞ୍ଚି ୩ ଘଣ୍ଟାଧରି ନିଆଁକୁ ଆୟତ୍ତ କରିଥିବା ବେଳେ ଅଧିକାଂଶ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।

Exit mobile version