Site icon ଆଜିକାଲି

ଟ୍ରକ୍‌କୁ ଧକ୍କା ଦେଲା ବସ୍, ୨୦ ରୁ ଅଧିକ ଯାତ୍ରୀ ଆହତ

ଯାଜପୁର : ଯାଜପୁର ଜିଲା ଏନଏଚ-୧୬ ରଥିଆ ଛକ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ୍ ପଛପଟୁ ଧକା ଦେଲା ଯାତ୍ରୀବାହୀ ବସ୍ । ଫଳରେ ବସ୍‌ରେ ଥିବା ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ଓ କିଛି ଗୁରୁତର ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

ସୂଚନା ଯେ, ଏନଏଚ-୧୬ ରଥିଆ ଛକ ନିକଟରେ ଦୁଇଟି ଟ୍ରକ ଛିଡା ହୋଇଥିଲା । ବୁଧବାର ବିଳମ୍ବିତ ରାତିରେ ସାଇ ଶଙ୍କର ବସ୍‌ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଛିଡା ହୋଇଥିବା ଏକ ଟ୍ରକ ପଛପଟୁ ଧକା ଦେଇଥିଲା । ଯାହା ଫଳରେ ଟ୍ରକ୍ କ୍ୟାବିନ ସମ୍ପୂର୍ଣ ରୂପେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଖବରପାଇ ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଆହତ ଓ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସ୍‌ରେ ୫୦ ଜଣ ଯାତ୍ରୀ ରହିଥିଲେ । ଡ୍ରାଇଭରର ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରକ୍ ପଛପଟୁ ବସ୍ ଧକା ଦେଇଥିବାରୁ ଟ୍ରକ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ତଦନ୍ତ ଆରମ୍ଭ କରିଛି ।

Exit mobile version