Site icon ଆଜିକାଲି

ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ବସ୍, ୧୦ ଆହତ

ମାର୍ଶାଘାଇ : ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା। ହଜାରୀ ଛକ ନିକଟରେ ତେଲ ଟ୍ୟାଙ୍କରକୁ ବସ୍‌ଟି ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

Exit mobile version