Site icon ଆଜିକାଲି

ହାଇଦ୍ରାବାଦରୁ ସିନାପାଲି ଯାଉଥିବା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୋରିଗୁମ୍ମା : ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗୁରୁବାର ସକାଳୁ ହାଇଦ୍ରାବାଦ ଠାରୁ ସିନାପାଲି ଯାଉଥିବା ଗୁପ୍ତା ବସରେ ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ଲାଗିଥିଲା ନିଆଁ । ତେବେ ଅଳ୍ପକେ ବର୍ତ୍ତିଥିଲେ ଯାତ୍ରୀ ।

ସୂଚନା ଥାଉକି, ବସ୍‌ଟି ବୋରିଗୁମ୍ମା ବସଷ୍ଟାଣ୍ଡରେ ଠିଆ ହେଇଥିବା ସମୟରେ ଟାୟାର ଫାଟି ହଟାତ ନିଆଁ ଲାଗି ଯାଇଥିଲା । ବସ୍‌ରେ ନିଆଁ ଲାଗିବା ଫଳରେ ସମସ୍ତ ଯାତ୍ରୀ ସଙ୍ଗେ ସଙ୍ଗେ ଓହ୍ଲାଇ ପଡ଼ିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ବସ୍‌ ଏବଂ ଯାତ୍ରୀଙ୍କ ଆସବାବ ପତ୍ର ସବୁ ଜଳି ଛାରଖାର ହୋଇଯାଇଛି ।

Exit mobile version