Site icon ଆଜିକାଲି

ପ୍ରସ୍ତାବିତ ଆନ୍ଦୋଳନରୁ ଓହରିଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର : ପ୍ରସ୍ତାବିତ ଆନ୍ଦୋଳନରୁ ଓହରି ଯାଇଛି ଘରୋଇ ବସ ମାଲିକ ସଂଘ। ଆଜି ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହୋଇଛି। ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି। ରାଜ୍ୟରେ ବସ୍‌ ଚଳାଚଳ ସ୍ୱାଭାବିକ ହୋଇଥିବା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।

ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ସଫଳ ହୋଇଥିବା ସୂଚନା ମିଳିଥିଲା। ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଜାଣିବା ପରେ ଆଜି ବସ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ କରୁଛି ।

ସୂଚନା ଯେ, ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ବସ୍‌ କର୍ମଚାରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ପୋଲିସ ମଧ୍ୟ କୌଣସି ସୁରକ୍ଷା ଦେଇନଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ କେତେକ ସ୍ଥାନରେ ବସ୍‌ କର୍ମଚାରୀଙ୍କୁ ମାଡ଼ ଖାଇବା ସହ ଅପମାନିତ ହେବାକୁ ପଡ଼ିଥିଲା। ଏଥିପାଇଁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କ୍ଲିଅର ନହେଲେ ବସ୍‌ ଚଳାଚଳ ବନ୍ଦ ରଖିବା ସହ ଆଜି ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବାଦ କରାଯିବ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଥିଲା।

Exit mobile version