Site icon ଆଜିକାଲି

ଘରୋଇ ବସ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର : ସ୍ଥଗିତ ହେଲା ଘରୋଇ ବସ ଧର୍ମଘଟ । ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଘରୋଇ ବସ ମାଲିକ ସଂଘ ସୋମବାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ସ୍ତରରେ ୩ଟି ଦାବି ପୂରଣ ହୋଇଛି। ତେବେ ଜାନୁଆରୀ ୩୧ ସୁଦ୍ଧା ଅନ୍ୟ ଦାବି ପୂରଣ ହେବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଯଦି ପ୍ରତିଶ୍ରୁତି ପୂରଣ ନହୁଏ ତେବେ ପୁଣି ଥରେ ଆନ୍ଦୋଳନ କରାଯିବ ବୋଲି ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Exit mobile version