Site icon ଆଜିକାଲି

ଆଜି ସକାଳ ସାଢେ ୮ ସୁଦ୍ଧା ବାଲେଶ୍ଵର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର : ଆଜି ବି ରାଜ୍ୟରେ ପ୍ରବଳ ଖରା ତାତି ଅନୁଭୂତ ହେଉଛି । ଆଜି ସକାଳ ୮ଟା ୩୦ ମିନିଟ ସୁଦ୍ଧା ବିଭିନ୍ନ ସହରରେ ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ବାଲେଶ୍ଵର ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଏଠାରେ ସକାଳ ସାଢେ ୮ଟାରେ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ଥିଲା । ସେହିପରି ପୁରୀରେ ୩୨.୨, ଭୁବନେଶ୍ବରରେ ୩୧.୬,ଝାରସୁଗୁଡାରେ ୩୧, ଚାନ୍ଦବାଲିରେ ୩୦.୮ ଓ କେନ୍ଦୁଝରରେ ୩୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ ଯେ, ପାଣିପାଗ ବିଭାଗ ପକ୍ଷରୁ ଆଜି ବାଲେଶ୍ଵର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ପ୍ରଖର ଗ୍ରୀଷ୍ମପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

Exit mobile version