Site icon ଆଜିକାଲି

୧୬୫ ୟୁନିଟ ରକ୍ତ ସଂଗ୍ରହ କରି ଚର୍ଚ୍ଚାରେ ବିଜୁ ଛାତ୍ର ଜନତା ଦଳ ।


ଆଜି ବିଜୁ ଛାତ୍ର ଜନତା ଦଳ, ବାଲେଶ୍ୱର ଶାଖା ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ରକ୍ତର ଅଭାବରୁ ଯେପରି କାହାର ମୃତ୍ୟୁ ନ ହୁଏ ସେଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।

ସେହି କ୍ରମରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଆହ୍ୱାନ କ୍ରମେ ପ୍ରବଳ ଗରମରେ ଦଶ ଦିନରେ ଷଷ୍ଠ ରକ୍ତଦାନ ଶିବିର ଜ଼ିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଟାଉନ ଛାତ୍ର ନେତା ଭବାନୀ ମହାନ୍ତିଙ୍କ ସହଯୋଗରେ ଓଡିଶା ମୋ ପରିବାର ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ରକ୍ତଭଣ୍ଡାର ପରିସରରେ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ଜ଼ିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ,ମୁନିସିପାଲିଟି ଅଧକ୍ଷା ସବିତା ସାହୁ,ସଦର ବ୍ଲକ ଅଧକ୍ଷା ସୁନିତା ବେହେରା,ସମାଜସେବୀ ସାହିରୁଲ ହକ,ଅର୍ବାନ ବ୍ୟାଙ୍କ ର ସଭାପତି ସୂର୍ଯ୍ୟକାନ୍ତ କର, ଶ୍ରମିକନେତା ଶାନ୍ତନୁ ଦାସ,ଯୁବନେତା ଭାଗବତ ସାହୁ,ଶକ୍ତିପଦ ରାୟ, ସୁପ୍ରକାଶ ଶାହ, କାଉନସିଲର ରଞ୍ଜିତା ମହାପାତ୍ର, ସୋନାଲି ସାହା,ଛାତ୍ର ନେତା ଓମପ୍ରକାଶ ମହାପାତ୍ର,ସୁଶୀଲ ପଣ୍ଡା, ରାହୁଲ ନାୟକ,ସଞ୍ଜୟ ସାହୁ ରକ୍ତଭଣ୍ଡାର ମୁଖ୍ୟ ଡାକ୍ତର ବସନ୍ତ ଉପାଧ୍ୟାୟ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଶିବିର ଶେଷ ସୁଦ୍ଧା ୧୬୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା
ବିଜୁ ଛାତ୍ର ଜନତା ଦଳର ସମସ୍ତ ଛାତ୍ରନେତା ଶିବିର ପରିଚାଳନା କରିଥିଲେ।

Exit mobile version