Site icon ଆଜିକାଲି

ଆସନ୍ତା ୧୩ରେ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ

ଭୁବନେଶ୍ୱର : ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଆସନ୍ତା ୧୩ ତାରିଖରେ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସେହି ଦିନ ସନ୍ଧ୍ୟାରେ ସାଢ଼େ ୫ଟାରେ ପ୍ରଥମେ ମନ୍ତ୍ରିପରିଷଦ ବୈଠକ ବସିବ। ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟକୁ ଅନୁମୋଦନ କରାଯିବ । ଏହାପରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ ହେବ। କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ଶକ୍ତି , ପୂର୍ତ୍ତ ଓ ଜଳସଂପଦ ପରି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ। ଫେବ୍ରୁଆରୀ ୨୧ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ମାସ ୨୪ ତାରିଖରେ ବଜେଟ ଆଗତ କରିବେ ।

Exit mobile version