Site icon ଆଜିକାଲି

ଏକାମ୍ର କ୍ଷେତ୍ର ଓ କୋଣାର୍କ ଚତୁଃପାର୍ଶ୍ଵର ବିକାଶ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ବିକାଶ କରାଯିବ । ଏକାମ୍ର କ୍ଷେତ୍ରର ବିକାଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ପ୍ରସ୍ତାବ ଅନୁସାରେ ପୁରୁଣା ଭୁବନେଶ୍ବରର ବିଭିନ୍ନ ପ୍ରାଚୀନ ସ୍ମାରକୀ ପୁନରୁଦ୍ଧାର ହେବ । ଏଥିପାଇଁ ୧୫୬ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପୁନରୁଦ୍ଧାର କାର୍ଯ୍ୟ ୧୮ ମାସରେ ସରିବ ।

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଏହାର ଚାରିପାଖ ବିକଶିତ ଏବଂ ଆକର୍ଷଣୀୟ କରାଯିବ । ଏ ସଂପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହି ବିକାଶ କାର୍ଯ୍ୟ ପାଇଁ ୨୦୯ କୋଟି ୭୩ ଲକ୍ଷ ଟଙ୍କା ମଂଜୁର ହୋଇଛି ।

Exit mobile version