Site icon ଆଜିକାଲି

କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ : ଓଡ଼ିଶା ଇଭି ପଲିସିରେ ହେବ ସଂଶୋଧନ, ଜଙ୍ଗଲ ସେବା କ୍ୟାଡରର ହେବ ପୁନର୍ଗଠନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆହୁରି ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ ଓଡ଼ିଶା ସରକାର। ଏ ସଂପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଓଡ଼ିଶା ଇଭି ପଲିସି -୨୦୨୧ରେ ସଂଶୋଧନ ହେବ । ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । କଟକ ରିଙ୍ଗ ରୋଡ୍ ୬ ଲେନ୍ କରାଯିବ । ଓଡ଼ିଶା ସ୍ବତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ଏହାଛଡା ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିନିୟମରେ ମଧ୍ୟ ସଂଶୋଧନ ହେବ । ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ ସଂପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଜିପିଏଫ୍ ଅଧିନିୟମ-୧୯୩୮ରେ ସଂଶୋଧନ କରାଯିବ । ଅବକାରୀ ମନ୍ତ୍ରାଳୟରେ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଅବକାରୀ ସବଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩କୁ କ୍ୟାବିନେଟ ଅନୁମୋଦନ କରିଛି। ପୂର୍ବରୁ ଥିବା ନିଯୁକ୍ତି ଅଧିନିୟମ ଅକାମୀ ହେବ ।

Exit mobile version