Site icon ଆଜିକାଲି

ପୁରୀ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ

ପୁରୀ : ପୁରୀ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ। ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ନେଇ ପିପିପି ମୋଡ଼ରେ ୧୨ହଜାର ୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ୩ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରାଯିବ। ଚଳିତ ମାସ ୨୧ ତାରିଖରୁ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଯିବ । ୨୧ ଏପ୍ରିଲରେ ଟେଣ୍ଡର ଖୋଲାଯିବ। ଇଡ଼କୋ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି ।

ସୂଚନାଥାଉକି, ପୁରୀ ଗିରଳ ଛକ ନିକଟ ସିପସରୁବାଲି ମୌଜାରେ‌ ୧ ହଜାର ୧୬୪ ଏକର ପରିମିତ ଅଞ୍ଚଳରେ ନିର୍ମିତ ହେବାକୁ ଯାଉଛି ଏହି ବିମାନ ବନ୍ଦର। ଆନ୍ତର୍ଜାତୀୟ ମାନର ଗ୍ରୀନ୍ ଫିଲ୍ଡ ଏୟାରପୋର୍ଟ ନିର୍ମାଣ ନେଇ ସରକାର ଲକ୍ଷ ରଖିଥିବା ବେଳେ ଅତ୍ୟାଧୁନିକ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେବେ ଟେଣ୍ଡର ମିଳିବା ପରେ ୩ ବର୍ଷ ମଧ୍ୟରେ ପିପିପି ମୋଡରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

FacebookTwitterLinkedinWhatsapp
Exit mobile version