Site icon ଆଜିକାଲି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ୧୦ରେ ଭୋଟ୍

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ସଂଧ୍ୟାରେ ଥମିବ ପ୍ରଚାର। ଏପ୍ରିଲ ତୃତୀୟ ସପ୍ତାହରେ ଆରମ୍ଭ ହୋଇଥିବା ପ୍ରଚାର ଏହି ମାସ ପ୍ରଥମ ସପ୍ତାହରେ ଜୋର୍ ଧରିଥିଲା । ବିଭିନ୍ନ ଦଳ ସେମାନଙ୍କ ତାରକା ପ୍ରଚାରକଙ୍କୁ ମଇଦାନକୁ ଓହ୍ଲାଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାରରେ ସାମିଲ ହୋଇ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ ମାଗିଥିଲେ । ଆଜି ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ପ୍ରାର୍ଥୀ ଭୋଟରମାନଙ୍କୁ ମନାଇବା ପାଇଁ ଜୋରଦାର ଉଦ୍ୟମ କରିବେ ।

ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଆଜିଠୁ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ଯିବା ଆରମ୍ଭ କରିବେ। ମେ’ ୧୩ ତାରିଖରେ ଭୋଟ୍ ଗଣତି ହେବ। ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା କରାଯିବା ପରେ ଝାରସୁଗୁଡ଼ା ଆସନରେ ଉପନିର୍ବାଚନ ହେଉଛି।

Exit mobile version