Site icon ଆଜିକାଲି

ଜୀବନବ୍ୟାପୀ ସାଧନା ପାଇଁ ବିକାଶ ପୁରୁଷ ନବୀନଙ୍କୁ ଆଜି ସମ୍ମାନିତ କରିବ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି

ଭୁବନେଶ୍ବର : ବିକାଶ ପୁରୁଷ ନବୀନ ପଟ୍ଟନାୟକ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶାସନରେ ପରିବର୍ତ୍ତନର ସୂତ୍ରଧର । ୨୫ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା ଓ ବିକାଶକୁ ବ୍ରତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଆଜି ଆଉ ଏକ ଜାତୀୟ ସମ୍ମାନ । ଉଲ୍ଲେଖନୀୟ ନେତୃତ୍ବ ପାଇଁ ଆଜି ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରେଷ୍ଠ ଶାସକ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବ କ୍ୟାପିଟାଲ୍ ଫାଉଣ୍ଡସେନ୍ ସୋସାଇଟି । ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଅଡିଟୋରିୟମରେ ଆଜି ସକାଳ ୧୦ଟାରେ ଆରମ୍ଭ ହେବ କାର୍ଯ୍ୟକ୍ରମ ।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନାଙ୍କ ଠାରୁ ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ଯୋଜନା କରିଛି ବିଜୁ ଜନତା ଦଳ । ପ୍ରବାସୀ ଓଡ଼ିଆ ଓ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଭବ୍ୟ ସମ୍ବର୍ଦ୍ଧନା । ଏପିଜେ ଅବଦୁଲ୍ କଲାମ ରୋଡ୍ ସ୍ଥିତ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ମଙ୍ଗଳବାର ଦିଲ୍ଲୀରୁ ଭୁବନେଶ୍ବର ଫେରିବା ପରେ ନବୀନଙ୍କ ଭବ୍ୟ ସ୍ବାଗତ କରାଯିବା କାର୍ଯ୍ୟକ୍ରମ ରହିଛି।

Exit mobile version