Site icon ଆଜିକାଲି

କ୍ୟାପିଟାଲ ହସ୍ପିଟାଲରେ ଓପିଡି ସମୟ ପରିବର୍ତ୍ତନ, ସକାଳ ୯ରୁ ୫ ଖୋଲା ରହିବ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗ-ଓପିଡି ସମୟ ପରିବର୍ତ୍ତନ ହୋଇଛି । ଏଣିକି ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ କ୍ୟାପିଟାଲ ହସ୍ପିଟାଲର-ଓପିଡି ଖୋଲା ରହିବ । ଆଜିଠାରୁ ଏହି ନୂଆ ସମୟ କାର୍ଯ୍ୟକାରୀ ହେବ । ଜରୁରୀକାଳୀନ ବିଭାଗ ୨୪ ଘଣ୍ଟା ଖୋଲାରହିବ ଏବଂ ଅନ୍ୟାନ୍ୟ ରୋଗୀ ସେବା ପୂର୍ବଭଳି ଚାଲୁରହିବ । ଦିନ ଗୋଟାଏରୁ ୨ଟା ମଧ୍ୟାହ୍ନ ଭୋଜନ ପାଇଁ ବନ୍ଦ ରହିବ ।

ଓପିଡି ପଞ୍ଜିକରଣ କାଉଣ୍ଟର ସକାଳ ୮ଟା ୩୦ରୁ ଦିନ ୧୨ଟା ୩୦ ଓ ୧ଟା ୩୦ରୁ ୪ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରହିବ । ଏହି ସୁବିଧା ସପ୍ତାହର ସବୁଦିନ ଉପଲବ୍ଧ ହେବ । ରକ୍ତ ନମୁନା ସଂଗ୍ରହ ଏବଂ ପରୀକ୍ଷା ନୂତନ ଓପିଡି ସମୟ ଅନୁଯାୟୀ ଖୋଲାରହିବ ।

ଓପିଡି ସମୟ ପରିବର୍ତ୍ତନ ନେଇ ଡାକ୍ତର ଏବଂ କର୍ମଚାରୀମାନଙ୍କୁ ଅବଗତ କରାଯାଇଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି।

Exit mobile version