Site icon ଆଜିକାଲି

ନିୟନ୍ତ୍ରଣ ହରାଇ ଘର ଭିତରକୁ ପଶିଗଲା କାର୍

କେନ୍ଦୁଝର, କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇକଳା କୁକୁଡାପଳା ନିକଟରେ ଆଜି ଏକ(ଜେଏଚ୍ ଜି-୧-ଇ-ଡି-୦୫୩୬)ନମ୍ବର ଟାଟା ନେକ୍ସନ ଝାରଖଣ୍ତ ନମ୍ବରଥିବା କାର୍ ନିୟନ୍ତ୍ରଣ ହରାଇ ଏକ ଘରେ ପଶିଯାଇଛି।ଦୁର୍ଘଟଣାରେ ଘର କାନ୍ଥ ଓ ଗାଡି ସାମ୍ନାଭାଗ ଚୁର୍ ମାର ହୋଇଯାଇଥିବାବେଳେ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଙ୍କ ପରିଚୟ ମିଳିପାରି ନଥିବାବେଳେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ସ୍ଥାନୀୟ ମେଡିକାକୁ ପଠାଇଛନ୍ତି। ଖବର ପାଇ ପଳାଶପଙ୍ଗା ବିଟ୍ ଅଧିକାରୀ ମାନସ ରଞ୍ଜନ ପଣ୍ତା ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହିତ ଥାନାକୁ ଆଣି ତଦନ୍ତ ଚଳାଇଛନ୍ତି। ଦୁର୍ଘଟଣା ସମୟରେ ସେଠାରେ କେହି ନଥିବାରୁ ଅଳ୍ପକେ ବଡ ଅଘଟଣ ଟଳିଯାଇଛି।

Exit mobile version