Site icon ଆଜିକାଲି

ଟ୍ରକ ସହ କାର୍‌ର ଧକ୍କା, ୪ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଜଗନ୍ନାଥ ରାଇସ ମିଲ୍‌ ନିକଟରେ କାର୍‌ ସହ ଟ୍ରକର ଧକ୍କା । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ଗତ ଶୁକ୍ରବାର ରାତିରେ ସୋର ପୌରପାଳିକା ରାଇପୁର ଗାଁର ମଙ୍ଗଳପୁର ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ବାସୁକୃଷ୍ଣ ମହାପାତ୍ର, ଦହିପୁର ଗାଁର ଚୈତନ୍ୟ ପ୍ରଧାନ, ବିଦୁ ଅଞ୍ଚଳର ଜୟନ୍ତ ପଟ୍ଟନାୟକ, ପଢୁଆଁ ବାରାପୁର ଗାଁର ଉମାକାନ୍ତ ମଲ୍ଲିକ କାର୍‌ ଯୋଗ ପୁରୀରୁ ଫେରୁଥିଲେ । ଏହି ସମୟରେ ଜଗନ୍ନାଥ ରାଇସ୍‌ ମିଲ୍‌ ନିକଟରେ ଏକ ଟ୍ରକ ସହ କାର୍‌ ଧକ୍କା ହୋଇଥିଲା । ଯାହାଫଳରେ ଚାରିଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେଠାରୁ ବାସୁକୃଷ୍ଣ ମହାପାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Exit mobile version