Site icon ଆଜିକାଲି

ଘର ଭିତରକୁ ପଶିଗଲା କାର୍, ମହିଳା ମୃତ

ବୌଦ୍ଧ : ଘର ଭିତରକୁ ପଶିଗଲା କାର୍ । ଜଣେ ମହିଳା ମୃତ । ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ଲୁହୁରାଗାଡିଆ ଗ୍ରାମରେ ରବିବାର ଭୋର ସମୟର ଏହି ଦୁର୍ଘଟଣା ଘଟିଛି । ଘର ମଧ୍ୟକୁ ଏକ କାର୍ ପଶିଯିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ମହିଳା ଜଣଙ୍କ ହେଲେ ଲୁହୁରାଗାଡିଆ ଗ୍ରାମର ପାନେଶ୍ବରି ଧଳ ।

ସୂଚନା ଯେ, କାରଟି ଜାତୀୟ ରାଜପଥରେ ଚାରିଛକ ପଟୁ ଏକ କାର୍ ବୌଦ୍ଧ ଆଡ଼କୁ ଆସୁଥିବା ସମୟରେ ଲୁହୁରାଗାଡିଆ ଗ୍ରାମର ରାସ୍ତା କଡ଼ରେ ଥିବା ଏକ ଘର ମଧ୍ୟକୁ ଭାରସାମ୍ୟ ହରାଇ ପଶି ଯାଇଛି । ଫଳରେ ଘର ଭିତରେ ଥିବା ପନେଶ୍ବରିଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧୂକ ଗାଡି ମଟର ଅଟକି ରହିଛି । ଅପର ପକ୍ଷରେ ଦୁର୍ଘଟଣା ଘଟାଇ କାର୍ ଡ୍ରାଇଭର୍ ଫେରାର ହୋଇଯାଇଥୁବା ଜଣାପଡ଼ିଛି । ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

Exit mobile version