Site icon ଆଜିକାଲି

ଅଟୋକୁ ପଛରୁ ପିଟିଲା କାର୍‌, ୪ ମୃତ

ନୂଆଦିଲ୍ଲୀ : ତେଲଙ୍ଗାନାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଅଟୋକୁ ପଛରୁ ଧକ୍କା ଦେଲା କାର୍‌। ଏହି ସଡ଼କ ଦୁର୍ଘଟଣାରେ ଚାରି ଜଣକ ମତ୍ୟୁ ଘଟିଥିବାବେଳେ ଦୁଇ ଗୁରୁତର ଭାବରେ ଆହତ ହୋଇଛନ୍ତି।

ପୋଲିସ୍‌ର ସୂଚନା ଅନୁଯାୟୀ, ଏହି ଘଟଣା ତେଲେଙ୍ଗାନାର ମେଡକ ଜିଲ୍ଲାରେ ଘଟିଛି। ରବିବାର ସକାଳ ୭ଟା ସମୟରେ ଗଜଓ୍ବେଲରୁ ନିଜାମବାଦ ଆଡ଼କୁ ଯାଉଥିବା ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା କାର୍‌। ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ୍‌ ଘଟଣାରେ ଏକ ମାମଲା ରୁଜୁ କରିଛି। ତେବେ ଅଧିକ ତଦନ୍ତ ଚାଲିଛି।

Exit mobile version