Site icon ଆଜିକାଲି

ସ୍କୁଟିକୁ ଧକ୍କା ଦେଲା କାର, ଯୁବକ ମୃତ

ଭୁବନେଶ୍ୱର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆର୍‌ଆଇ ପରୀକ୍ଷା ଦେଇ ଘରକୁ ଫେରୁଥିଲେ ଜଣେ ଯୁବକ। ଆଉ କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ। ହେଲେ ଅଧା ରାସ୍ତାରେ ପିଟିଦେଲା ଏକ କାର। ଘଟଣା ସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ।

ରାଜପୁର ଗାଁର ଦୀପକ ବିଷୋୟୀ ଆରଆଇ ପରୀକ୍ଷା ଦେବା ପାଇଁ ସ୍କୁଟିରେ ବ୍ରହ୍ମପୁର ଯାଇଥିଲେ। ପାରୀକ୍ଷା ଦେଇ ସନ୍ଧ୍ୟା ବେଳେ ଘରକୁ ଫେରୁଥିଲେ। ଆଉ ୪ କିମି ପରେ ଘରେ ପହଞ୍ଚିଥାଆନ୍ତେ। ହେଲେ ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଅନଙ୍ଗପୁର ଛକରେ ଏକ ମହିନ୍ଦ୍ରା ଥର ଗାଡ଼ି ଦୀପକଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Exit mobile version