Site icon ଆଜିକାଲି

ଭାରସାମ୍ୟ ହରାଇ ଗଛକୁ ପିଟିହେଲା କାର, ଦୁର୍ଘଟଣାରେ ୩ ମୃତ ଓ ଜଣେ ଗୁରୁତର

ଉମରକୋଟ : ପୁଣି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହାରଇ ଗଛକୁ ପିଟିଲା କାର, ୩ ମୃତ। ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ରାସ୍ତାର ବାସିନୀ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଜଣେ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ରାତି ପ୍ରାୟ ୨.୩୦ ମିନିଟ ରେ ଭାରସାମ୍ଯ ହରାଇ ଗଛକୁ ପିଟିଲା କାର । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି । ମୃତକ ମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ତରୁଲତା ବେପାରୀଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠି ସ୍‌ୱାସ୍ଥ୍ୟ କେନ୍ଦ୍ରରୁ ନବରଙ୍ଗପୁର ଜିଲ୍ଲା ମୁଖ୍ଯ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର କରାଯାଇଥିବା ପରେ ସେଠାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କୋରାଯଇଛି । ମୃତକ ମାନଙ୍କ ମଧ୍ୟ ରେ ରାଇଘର ଛତାବେଡ଼ା ଗ୍ରାମର ସୁରେଶ ମଣ୍ଡଳ , ରାଇଘର ସୋନପୁର ଗ୍ରାମର ଗୌରାଙ୍ଗ ରାୟ ହୋଇଥିବା ବେଳେ ଅନ୍ଯ ଜଣେ ଉମରକୋଟ ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମ ର ସତ୍ୟ ରଞ୍ଜନ ବେପାରୀ ବୋଲି ଜଣା ପଡିଛି।

Exit mobile version