Site icon ଆଜିକାଲି

କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ପ୍ଲାଟଫର୍ମ ଉପରେ ବଗି ମାଡିଯିବାରୁ ୨ ଯାତ୍ରୀ ମୃତ

ଯାଜପୁର : ଯାଜପୁର ଜିଲା କୋରେଇରେ ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଲାଇନଚ୍ୟୁତ ହୋଇ ରେଳଷ୍ଟେସନ ପ୍ଲାଟଫର୍ମ କଡ଼ରେ ମାଡ଼ିଯାଇଛି ମାଲବାହୀ ଟ୍ରେନ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି। ଦୁର୍ଘଟଣାରେ ରେଳଷ୍ଟେସନ କୋଠା କ୍ଷତିଗ୍ରସ୍ତ ହୋଇଛି ।ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ପହଞ୍ଚିଲେ ଖୋର୍ଦ୍ଧା ଡିଆରଏମ । ଦୁର୍ଘଟଣା ଯୋଗୁଁ ଭୁବନେଶ୍ବର, କୋଲକାତା ଲାଇନ ବନ୍ଦ ରହିଛି । ବଗି ଯୋଗୁଁ ଯାତ୍ରୀ ବିଶ୍ରାମାଗାର ଓ ଏଫଓବି କ୍ଷତିଗ୍ରସ୍ତ ହୋଇଛି।

Exit mobile version