Site icon ଆଜିକାଲି

ହାତୀପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ, ଛୁଆ ହାତୀର ମୃତ୍ୟୁ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ହାତୀପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ। ଦୁର୍ଘଟଣାରେ କିଛି ହାତୀ ଆହତ ହୋଇଥିବା ବେଳେ ଏକ ଛୁଆ ହାତୀଟିର ମୃତ୍ୟୁ ଘଟିଛି। ରାଉରକେଲା ବନ୍ଧମୁଣ୍ଡା ଆର୍ କେବିନ୍ ନିକଟରେ ଏହି ଅଘଟଣ ଘଟିଛି ।

ରାତିରେ କିଛି ସ୍ଥାନୀୟ ଲୋକ ହାତୀ ପଲଙ୍କୁ ଘଉଡାଇବାବେଳେ ହାତୀଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଏକ ହାତୀ ଛୁଆର ଜୀବନ। ସୋମବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ରାତିରେ କିଛି ସ୍ଥାନୀୟ ଲୋକ ଟର୍ଚ୍ଚ ଲାଇଟ୍ ମାରି ଅଞ୍ଚଳରେ ଥିବା କିଛି ହାତୀ ପଲଙ୍କୁ ଘଉଡାଉଥିଲେ। ତେବେ ହାତୀ ପଲ ଗୁଡିକ ଭୟରେ ଟ୍ରେନ୍ ଲାଇନ୍ ଆଡକୁ ଦୌଡିଥିଲେ। ସେହି ସମୟରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ହାତୀପଲଙ୍କୁ ଧକ୍କା ଦେଇଥିଲା। ଏଥିରେ ଅନେକ ହାତୀ ଆହତ ହୋଇଥିବା ଅନୁମାନ କରାଯାଉଛି। ତେବେ ଘଟଣାସ୍ଥଳରେ ଗୋଟିଏ ହାତୀ ଛୁଆର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ପରେ ଖବର ପାଇ ବନ ବିଭାଗ କର୍ମଚାରୀ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛନ୍ତି।

Exit mobile version