Site icon ଆଜିକାଲି

ଶ୍ରୀମନ୍ଦିର ଭିତରେ ଭିଡ଼ିଓ ଭାଇରାଲ୍ ଘଟଣାରେ ପୋଲିସ ପକ୍ଷରୁ ମାମଲା ରୁଜୁ

ପୁରୀ : ଶ୍ରୀମନ୍ଦିର ଭିତରେ ଭିଡ଼ିଓ ଭାଇରାଲ୍ ଘଟଣାରେ ପୋଲିସ ପକ୍ଷରୁ ମାମଲା ରୁଜୁ । ଶ୍ରୀମନ୍ଦିର ଭିତରେ ରିଲ୍ସ କରି ଇନଷ୍ଟା ଆଇଡିରେ ଭିଡିଓ ଭାଇରାଲ୍ କରିଥିବା ରୋହିତ ଜୟଶ୍ବଲ୍ ନାଁରେ ନିଜଆଡୁ ମାମଲା ରୁଜୁ କରିଛି ସିଂହଦ୍ୱାର ଥାନା ପୋଲିସ । ଆସନ୍ତା ୩ ତାରିଖ ସୁଦ୍ଧା ଥାନାରେ ହାଜର ହେବା ପାଇଁ ସମ୍ପୃକ୍ତ ଯୁବକକୁ ନୋଟିସ କରିଛି ପୋଲିସ । କେଉଁ ପରିସ୍ଥିତିରେ ସେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେଇ ରିଲ୍ସ ଭିଡିଓ କରିବାକୁ ସାହାସ କଲେ ଏବଂ ଭିଡିଓ ଭାଇରାଲ୍ କଲେ ତା’ର ଜବାବ ରଖିବ ସମ୍ପୃକ୍ତ ଯୁବକ ।

ସେହିପରି ଗତ କିଛି ଦିନ ଧରି ଉତ୍ସବ ଆପ୍ ଅନଲାଇନ ମାଧ୍ୟମରେ ମହାପ୍ରଭୁଙ୍କୁ ଭୋଗ ଲଗାଇବା ନେଇ ଭକ୍ତଙ୍କୁ ଠକି ଚାଲିଥିବା ବେଳେ ସେନେଇ ମଧ୍ୟ ସିଂହଦ୍ଵାର ଥାନାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ଉତ୍ସବ ଆପ୍ ର ସିଇଓ ସୁରଜିତ ବାସୁ, ଚିଫ୍ ଟେକ୍ନୋଲୋଜି ଅଫିସର ପ୍ରଜତ ସାମନ୍ତ ଓ ଚିଫ୍ ମାର୍କେଟିଂ ଅଫିସର ଅଙ୍କିତା ଦେ ନାଁରେ ସିଂହଦ୍ଵାର ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଉଭୟେ ୩ ତାରିଖ ସୁଦ୍ଧା ଥାନାରେ ହାଜର ନହେଲେ ଆଇନ୍ ଅନୁଯାୟୀ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ପୁରୀ ଏସପି ।

Exit mobile version