Site icon ଆଜିକାଲି

ଓକିଲ ଆନ୍ଦୋଳନ ବେଳେ ହିଂସା ପ୍ରସଂଗ: ୨୯ ଓକିଲଙ୍କୁ ହାଇକୋର୍ଟଙ୍କ ଜାମିନ

ସମ୍ବଲପୁର : ଗତ ଡିସେମ୍ବର ୧୨ ତାରିଖରେ ଓକିଲଙ୍କ ଆନ୍ଦୋଳନ ବେଳେ ବିଚାରପତିଙ୍କୁ ଆକ୍ରମଣ ଘଟଣାରେ ଗିରଫ ସମସ୍ତ ୨୯ ଓକିଲଙ୍କୁ ଆଜି ମାନ୍ୟବର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଗତକାଲି ଜାମିନ ପ୍ରସଂଗରେ ହାଇକୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଉ ଆଜି ଜାମିନ ମଞ୍ଜୁର କରିଛନ୍ତି। ଏହି ଖବର ମିଳିବା ପରେ ସମସ୍ତ ଓକିଲଙ୍କ ପରିବାରରେ ତଥା ସମ୍ବଲପୁରରେ ଖୁସିର ଲହରି ଖେଳିଯାଇଛି। ହାଇକୋର୍ଟଙ୍କ ଅର୍ଡର କପି ସମ୍ବଲପୁର କୋର୍ଟର ହସ୍ତଗତ ହୋଇ ଆନୁଷଙ୍ଗିକ ପ୍ରକ୍ରିୟା ପୂରଣ ପରେ ଓକିଲ ମାନେ ଜେଲରୁ ମୁକୁଳିବେ ବୋଲି ଜଣାପଡିଛି।

ସୂଚନା ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଓକିଲ ମାନେ ବହୁ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଗତ ଡିସେମ୍ବର ୧୨ ତାରିଖରେ କୋର୍ଟ ସମ୍ମୁଖରେ ଆଇନ ଅମାନ୍ଯ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ଆନ୍ଦୋଳନକାରୀ ଆକ୍ରମଣ କରିଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ଯ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ।

Exit mobile version