Site icon ଆଜିକାଲି

ବ୍ୟାଙ୍କ ଲକର୍‌ରୁ ଟଙ୍କା ହଡ଼ପରେ କ୍ୟାସିଅର ଗିରଫ, ୧୨ ଲକ୍ଷ ଜବତ

ଖଲ୍ଲିକୋଟ : ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଲକରରୁ ଟଙ୍କା ହଡପ କରି କ୍ୟାସିଅର ଗିରଫ । ଏହାସହ ୧୨ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । ଗିରଫ କ୍ୟାସିଅରଙ୍କ ନାମ ଅନିଲ କୁମାର ଶବର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବ୍ୟାଙ୍କ ଶାଖା ପରିଚାଳକଙ୍କ ଅଜ୍ଞାତରେ ଲକରରୁ ୩୦ଲକ୍ଷ ୮୪ହଜାର ୯୨୭ଟଙ୍କା ହଡ଼ପ କରିଥିବା ନେଇ କୃଷ୍ଣପ୍ରସାଦ ଥାନାରେ ଆଞ୍ଚଳିକ ଅଫିସ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ପରେ ୮୩/୨୦୨୩ରେ ଏକ ମାମଲା ରୁଜୁ କରି ପୁଲିସ ସଂପୃକ୍ତ କ୍ୟାସିଅରକୁ ଗିରଫ କରିଛି ।ସେହିପରି ତାଙ୍କ ଠାରୁ ୧୨ଲକ୍ଷ ଟଙ୍କା ଜବତ କରିଛି ବୋଲି ଥାନା ଅଧିକାରୀ ଶରତ କୁମାର ନାୟକ ସୂଚନା ଦେଇଛନ୍ତି । ଅଭିଯୁକ୍ତ କ୍ୟାସିଅରକୁ କୋର୍ଟ ଚାଲାଣ କରାଯାଇଛି । ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ରିମାଣ୍ଡରରେ ଅଣାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Exit mobile version