Site icon ଆଜିକାଲି

କାସାଣ୍ତ୍ରା କଲଚରାଲ ର ଜାତୀୟସ୍ତରୀୟ ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି

କେନ୍ଦୁଝର: କେନ୍ଦୁଝରଗଡ଼ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ତ୍ରା କଲଚରାଲ କ୍ଲବ ପକ୍ଷରୁ ଜାତୀୟସ୍ତରୀୟ ନଟକ ମହୋତ୍ସବ ସ୍ଥାନୀୟ ମୁନସିପାଲଟି ଅଡିଟରିୟମ ଠାରେ ହେବାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ହେବାକୁଥିବା ୪୧ତମ ଏହି ନାଟକ ମହୋତ୍ସବରେ ଦେଶର ବଛାବଛା ନାଟ୍ୟ ଅନୁଷ୍ଠାନ ଯାଗଦେବେ।ଉଦଘାଟନୀ ଉତ୍ସବରେ ଶତାଦ୍ଧୀର କଳାକାର ଭୁବନେଶ୍ବର ‘ଦଶଅବତାର’ନାଟକ ଦ୍ବିତୀୟ ଦିବସରେ ଦି ରାଇଜିଙ୍ଗ ସୋସାଇଟି ଅଫ ଆର୍ଟ ଏଣ୍ତ କଲଚରାଲ ଭୋପାଳ ଦ୍ବାରା ପ୍ରାୟୋଜିତ ନାଟକ ମଜନୁଲଭସମେଣ୍ଟ ଦ୍ବିତୀୟ ଦିବସରେ ତିଲହରା କଳ୍ପନା ନାଟ୍ୟଗୋଷ୍ଠୀ,କଲିକତା ଦ୍ବାରା ଆୟୋଜିତ ନାଟକ ଏକତାର ଦିନଲିପି, ଏବଂ ଉଦଯାପନୀ ଉତ୍ସବରେ କାସାଣ୍ତ୍ରାର ନିଜସ୍ବ ନାଟକ ଚିନ୍ମୟଦାସ ପଟ୍ଟନାୟକ ଙ୍କ ଲିଖିତ ଓ ନିର୍ଦେଶିତ ‘କଥାତ ଏତିକି’ ପ୍ରତ୍ୟେହ ସଂନ୍ଧ୍ୟା ୬ଟାବେଳେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନାଟକ ମହୋତ୍ସବରେ କାସାଣ୍ତ୍ରା ପ୍ରତି ଓତଃପ୍ରତଃ ଭାବେ ଜଡିତ ହୋଇ ତାଙ୍କର ମହାନ ଅବଦାନ ନିମନ୍ତେ ‘ମରଣାତର ସ୍ମୃତି ସମ୍ମାନ’ ଉଦଯାପନ ଦିବସରେ ପ୍ରଦାନ ନିମିତ୍ତ ପ୍ରୟାସ କରି କାସାଣ୍ତ୍ରାର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତଃ ଧୀରେନ୍ଦ୍ର ରାଉତ(କାନ୍ଦ୍ରୀ ଭାଇ),ସ୍ବର୍ଗତଃ ପୂର୍ବତନ ସଭାପତି ବିରଞ୍ଚିନାରାୟଣ ଦାସ,ମଞ୍ଚଶିଳ୍ପୀ ସ୍ବର୍ଗତଃ ଗୟାଧର ଦାଶ,ଉପଦେଷ୍ଟା ସ୍ବର୍ଗତଃ ବନବିହାରୀ ପହୀ,କାସାଣ୍ତ୍ରାର ବରିଷ୍ଠ ସଦସ୍ୟ ସ୍ବର୍ଗତଃ ଦେବାଶିଷ ପଟ୍ଟନାୟକ ଙ୍କୁ କାସାଣ୍ତ୍ରା ପରିବାର ର ସ୍ବତନ୍ତ୍ର ନିମନ୍ତ୍ରିତ କଳାପ୍ରେମୀ ବ୍ୟକ୍ତିବିଶେଷଜ୍ଞ ଙ୍କ ହସ୍ତରେ ପ୍ରଦାନ କରାଯିବା ପାଇଁ ସାଧାରଣ ସଂମ୍ପାଦକ ମଳୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।କାସାଣ୍ତ୍ରାର ପ୍ରଚଳିତ ପରମ୍ପରା ଅନୁସାରେ,ଚଳିତବର୍ଷ କାସାଣ୍ତ୍ରା ସମ୍ମାନରେ ସମ୍ମାନିତ କରିବା ପାଇଁ ସଂସ୍କୃତିପ୍ରେମୀ ଓ ନାଟକ ପ୍ରତି ଅବଦାନଥିବା ବ୍ୟକ୍ତି ବିଶେଷ ଶ୍ରୀଯୋଗେନ୍ଦ୍ର ମହାପାତ୍ର,ଶ୍ରୀ ବିଦ୍ୟାଧର ରାୟ,ଶ୍ରୀଘନଶ୍ୟାମ ମିଶ୍ର,ଶ୍ରୀପରିକ୍ଷିତ ମିଶ୍ର,ଶ୍ରୀ କଳ୍ପତରୁ ଆଚାର୍ଯ୍ୟ ଙ୍କୁ ପ୍ରଦାନ ନିମନ୍ତେ କାସାଣ୍ତ୍ରା ପରିବାର ପକ୍ଷରୁ ପ୍ରୟାସ କରାଯାଇଛି।ତେବେ ପ୍ରତ୍ୟେହ ଏହି ନାଟକ ମହୋତ୍ସବରେ ସଂସ୍କୃତିପ୍ରେମୀ କେନ୍ଦୁଝର ର ଦର୍ଶକ ମାନଙ୍କୁ ଉପସ୍ଥିତ ରହି ନାଟକ ଉପଭୋଗ ନିମନ୍ତେ ଆହ୍ବାନ ଦିଆଯାଇଛି। କଲଚୁରାଲ ସେକ୍ରେଟାରୀ ରବୀନ୍ଦ୍ର କୁମାର ସେଠୀ, ଉପଦେଷ୍ଟା ଝଡଶ୍ୱର ମିଶ୍ର ଓ ତୁଷାରକାନ୍ତ ସାମନ୍ତ, କ୍ଲବର ସଦସ୍ୟ ଲୁଲୁ ମଙ୍ଗରାଜ ତଥା ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Exit mobile version