Site icon ଆଜିକାଲି

ମାରାଥନ ଜେରା ପରେ ପିଏଚଓ ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ

ପାରାଦୀପ : ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ ସଙ୍ଗଠନର ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ । ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ରେଡ୍‌ ପରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ଡାକ୍ତରଙ୍କୁ ଭୁବନେଶ୍ୱର ଅଣାଯାଇଛି ।

ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗତକାଲିଠୁ ଜେରା କରୁଥିଲା ସିବିଆଇ। ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ସହ ବିଦେଶୀ ମୁଦ୍ରା ଜବତ କରାଯାଇଛି। ରାଜେନ୍ଦ୍ରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ସିବିଆଇକୁ ମିଳିଛି।

ଏକ ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଡାକ୍ତର ପାଣିଗ୍ରାହୀ ସିପିଂ ଏଜେଣ୍ଟଙ୍କୁ ଲକ୍ଷେରୁ ଅଧିକ ଟଙ୍କା ଲାଞ୍ଚ ମାଗିଥିଲେ । ୭୦ ଜଣ କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ଗତକାଲି ସିପିଂ ଏଜେଣ୍ଟଙ୍କଠାରୁ ରାଜେନ୍ଦ୍ର ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ସିବିଆଇ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ୧୦ ଜଣିଆ ସିବିଆଇ ଟିମ୍‌ ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ପଚରାଉଚରା କରିଥିଲେ।

Exit mobile version