Site icon ଆଜିକାଲି

ବାହାନଗା ଟ୍ରେନ୍ ଦୁର୍ଘଟଣା : ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ । ଦୁଇ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ମହମ୍ମଦ ଅମିର ଖାନ୍‌ ଓ ଟେକନିସିଆନ ପପୁ କୁମାର ଗିରଫ ହୋଇଥିବା ସୂଚନା ମିଳିଛି । ସିଆରପିସି ୩୦୪ ଓ ୨୦୧ ଧାରାରେ ଏହି ୩ ଜଣଙ୍କୁ ସିବିଆଇ ଗିରଫ କରିଛି ।

ସୂଚନା ଯେ, ଗତ ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ହୋଇଥିଲା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା। ମେନ୍ ଲାଇନ୍ରେ ସିଗନାଲ ପାଇଥିବା କରମଣ୍ଡଳ ଏକ୍ସପ୍ରେସ୍ ଦ୍ରୁତ ଗତିରେ ଲୁପ୍ ଲାଇନ ଭିତରକୁ ପଶି ଯାଇ ସେଠାରେ ଥିବା ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ କରମଣ୍ଡଳର ବଗିଗୁଡ଼ିକ ଛନଛତ୍ର ହୋଇଯାଇଥିଲା । ଠିକ୍ ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ଯଶଓ୍ବନ୍ତପୁର-ହାଓ୍ବଡ଼ା ଟ୍ରେନର ଦୁଇଟି ବଗିରେ ମାଡ଼ ହୋଇଥିଲା କରମଣ୍ଡଳର ବଗି। ଏହି ଦୁର୍ଘଟଣାରେ ୨୯୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରେ ଅଧିକ ଲୋକ ଆହତ ହୋଇଥିଲେ ।

Exit mobile version