Site icon ଆଜିକାଲି

ସୋର ସେକ୍ସନ ସିଗ୍ନାଲ ଜେଇଙ୍କୁ ଭଡାଘରେ ସିବିଆଇର ପଚରାଉଚରା 

ବାଲେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ସିବିଆଇ। ଦୁର୍ଘଟଣା ପରେ ରେଲୱେର ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ପତ୍ତା ମିଳୁ ନ ଥିବା ବେଳେ ତାଙ୍କ ଭଡାଘରେ ତାଲା ଝୁଲୁଥିଲା। ଗତକାଲି ସିବିଆଇ ତାଙ୍କ ଭଡ଼ା ଘର ସିଲ୍‌ କରଛି । ଆଜି ସକାଳେ ଜେଇଙ୍କୁ ସାଙ୍ଗରେ ନେଇ ସେଠାରେ ପହଞ୍ଚିଛି ସିବିଆଇ ଟିମ୍‌।

ସୋର ସେକ୍ସନ ସିଗ୍‌ନାଲ ଜେଇ ପରିବାର ସହ ସୋର କମରପୁରଠାରେ ଭଡ଼ା ଘରେ ରହୁଥିଲେ। ମାତ୍ର ଦୁର୍ଘଟଣାର ୨ ଦିନ ପରଠାରୁ ତାଙ୍କ ଦେଖା ମିଳିନଥିଲା । ତାଙ୍କ ଭଡା ଘରେ ତାଲା ପଡ଼ିଥିଲା। ଆଜି ଜେଇଙ୍କୁ ସାଙ୍ଗରେ ନେଇ ଭଡ଼ା ଘରେ ପହଞ୍ଚି କାଗଜ ପତ୍ର ଯାଞ୍ଚ କରୁଛି ସିବିଆଇ ଟିମ । ତେବେ ଏତେ ଦିନ ହେଲା ଜେଇ କେଉଁଠି ଥିଲେ,ସେ ନେଇ କିଛି ସୂଚନା ମିଳିନି।

Exit mobile version