Site icon ଆଜିକାଲି

ମାଟ୍ରିକ ପରୀକ୍ଷା ପାଇଁ ସିସିଟିଭି ଅସ୍ଥାୟୀ କମାଣ୍ଡ ସେଣ୍ଟର

କଟକ : ମାଟ୍ରିକ ପରୀକ୍ଷା ପାଇଁ ସିସି ଟିଭି ଵ୍ୟଵସ୍ଥା ଚୁଡାନ୍ତ । କଟକ ବୋର୍ଡ ଅଫିସରେ ହେଲା ସିସିଟିଭିର ଅସ୍ଥାୟୀ କମାଣ୍ଡ ସେଣ୍ଟର । ଆଜି ଵିଭିନ୍ନ ପରୀକ୍ଷା କେନ୍ଦ୍ରରୁ ହେବ ଓ୍ବେଵକାଷ୍ଟିଂର ପରୀକ୍ଷଣ । କପି ଓ ପ୍ରଶ୍ନପତ୍ର ଭାଇରାଲ ଭଳି ଘଟଣା ରୋକିଵା ପାଇଁ ହୋଇଛି ସିସିଟିଭି ବ୍ୟବସ୍ଥା ।

ସୂଚନା ଥାଉକି, ଆସନ୍ତା ଫେବୃୟାରୀ ୨୦ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ପରିଷଦ । ପରୀକ୍ଷା ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଅର୍ଥାତ୍ ୨୦ରେ ମାତୃଭାଷା, ଏହାପରେ ୨୩ରେ ଦ୍ଵିତୀୟ ଭାଷା ଇଂରାଜୀ, ୨୬ରେ ଗଣିତ ପରୀକ୍ଷା ହେବ । ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ଅଧିକ ୧୫ ମିନିଟ ସମୟ ପାଇବେ । ୨୮ରେ ତୃତୀୟ ଭାଷା, ମାର୍ଚ୍ଚ ୨ରେ ବିଜ୍ଞାନ ଓ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ସବୁଦିନ ସକାଳ ୯ ଟାରେ ଆରମ୍ଭ ହେବ । ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥର ରେଗୁଲାର ପରୀକ୍ଷାର୍ଥୀ ଭାବେ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ କରିଛନ୍ତି । ଏଥିପାଇଁ ୨୯୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରତିଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବ । କପି ରୋକିବା ଲାଗି ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ଏଥର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନସି ବା AI ମାଧ୍ୟମରେ ୱେବକାଷ୍ଟିଙ୍ଗ ବ୍ୟବସ୍ଥା କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

Exit mobile version