Site icon ଆଜିକାଲି

ଅଷ୍ଟ୍ରେଲିଆ କୁ ଉଚ୍ଚ ଶିକ୍ଷା ପାଇଁ ମନୋନୀତ କେନ୍ଦୁଝରର ୫ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ

କେନ୍ଦୁଝର, ଆଜି କେନ୍ଦୁଝର ସହରର ଓଡିଟୋରିଅମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଅଷ୍ଟ୍ରେଲିଆ କୁ ଉଚ୍ଚ ଶିକ୍ଷା ପାଇଁ ମନୋନୀତ କେନ୍ଦୁଝର ଜିଲ୍ଲାର ୫ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ ହୋଇଥିବା ୫ଜଣ ଛାତ୍ରଛାତ୍ରୀ ସେମାନଙ୍କର ଅନୁଭୂତି ଜଣାଇବା ସହିତ ଆଗକୁ ସୁଦୂର ଅଷ୍ଟ୍ରେଲିଆ ରେ ପାଠ ପଢ଼ି ରାଜ୍ୟ ତଥା ଜିଲ୍ଲା ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ । ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବା ସହିତ ଜିଲ୍ଲାପାଳ ଆଶିଷ ଠାକରେ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ର ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଲାଇଭ ବାର୍ତା ମାଧ୍ୟମରେ ଅଷ୍ଟ୍ରେଲିଆ ର ‘କଟିନ’ ବିଶ୍ୱବିଦ୍ୟାଳୟ ର ପ୍ରୋ ଭାଇସ ଚାନସେଲର ଓ ଜିଲ୍ଲାପାଳ ଆଶିଷ ଠାକରେ ତଥା ଜିଲ୍ଲା ପ୍ରଶାସନ ଏବଂ ଡିଏମଏଫ ର ଅଧିକାରୀ ମାନେ ଉପସ୍ଥିତି ରେ କାର୍ଯ୍ୟକ୍ରମ ହୋଇଥିଲା । କେନ୍ଦୁଝର ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ଏବଂ କଲେଜର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।

Exit mobile version