Site icon ଆଜିକାଲି

ବାଚସ୍ପତିଙ୍କ ପୋଡ଼ିୟମ୍‌ ଉପରକୁ ଚଢିବା ଘଟଣା : ନିନ୍ଦା ପ୍ରସ୍ତାବ ଗୃହୀତ

ଭୁବନେଶ୍ବର: ବିଧାନସଭାରେ ପୋଡ଼ିୟମ୍‌ ଉପରକୁ ଚଢି ବାଚସ୍ପତିଙ୍କୁ ଅସମ୍ମାନ କରିବା ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଶନିବାର ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବିରୋଧୀଙ୍କ ବିରୋଧରେ ଗୃହରେ ନିନ୍ଦା ପ୍ରସ୍ତାବ ଆଗତ କରିବା ପରେ ବାଚସ୍ପତିଙ୍କ ଅନୁମୋଦନକ୍ରମେ ଏହା ପାରିତ ହୋଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦୁଇ ବିଜେଡି ବିଧାୟକ ସୋରର ମାଧବ ଧଡ଼ା ଓ ଦେବଗଡ଼ର ରୋମାଞ୍ଚ ବିଶ୍ବାଳ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ। ବାଚସ୍ପତିଙ୍କୁ ଏହି ଅସମ୍ମାନ ଘଟଣାରେ ଆଜି ନିନ୍ଦା ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ନିନ୍ଦା ପ୍ରସ୍ତାବ ଗୃହୀତ ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପରବର୍ତ୍ତୀ ସମୟରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁଣି ବିରୋଧୀ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

Exit mobile version