Site icon ଆଜିକାଲି

ଅତିରିକ୍ତ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କଲେ ଜାତୀୟ ସ୍ମାରକୀ ପ୍ରାଧିକରଣ ଅଧ୍ୟକ୍ଷ

ଭୁବନେଶ୍ୱର: ଜାତୀୟ ସ୍ମାରକୀ ପ୍ରାଧିକରଣ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବସା ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ବର ମଣ୍ଡଳ ଅଧିକାରୀ ଡ଼ . ସୁଶାନ୍ତ କୁମାର କର , ପୁରୀ ମଣ୍ଡଳ ଅଧିକାରୀ ଡଃ . ଡି.ବି. ଗଡ଼ନାୟକ ଏବଂ ସଂସ୍କୃତି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ

Exit mobile version